ତୁଳସୀ କ୍ଷେତ୍ରରେ ରଥଯାତ୍ରା ଦ୍ୱିତୀୟ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଗଡିଲା


କେନ୍ଦ୍ରାପଡ଼ା ୨୧/୬- ତୁଳସୀ କ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥ ଗତକାଲି ଟଣାହୋଇନଥିବା ବେଳେ ଆଜି ଗୋଟିଏ ଦିନରେ ମାଉସୀମା ମନ୍ଦିର ପାଖରେ ପହଞ୍ôଚ ଯାଇଛି । ସୌଭାଗ୍ୟ ବସତଃ ବାଟରେ କେଉଁଠାରେ ଅସୁବିଧାର ସମ୍ମୁଖୀନ ହୋଇନାହିଁ । ଗତକାଲି ପରମ୍ପରା ଭାଙ୍ଗିଥିଲା ବେଳେ ଆଜି ପରମ୍ପରା ଅତୁଟ ରହିଛି । ପରମ୍ପରା ଅନୁଯାଇ ତୁଳସୀ କ୍ଷେତ୍ରରେ ଦୁଇଦିନରେ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀମା ଚକଡାରେ ପହଞ୍ôଚ ଥାଏ । ଶ୍ରୀ ଗୁଣ୍ଡିଚାରେ ଗୋଟିଏ ଦଉଡି ପର୍ଯ୍ୟନ୍ତ ରଥ ଯାଇଥାଏ । ତା ପରଦିନ କୌଣସି ଅଘଟଣ ନଘଟିଲେ ମାଉସୀମା ମନ୍ଦିର ନିକଟରେ ପହଞ୍ôଚଯାଏ । ଗତକାଲି ବିଳମ୍ବ ପହଣ୍ଡି ଯୋଗୁ ରଥ ଟଣା ହୋଇ ପାରି ନଥିଲା । ଏହାକୁ ନେଇ କେନ୍ଦ୍ରାପଡା ସହର ତଥା ଜିଲ୍ଲାରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ଏହି ଭୁଲକୁ ଅନୁଭବ କରି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଦ୍ୱିତୀୟ ଦିନରେ ସହଳ ରଥ ଟଣା ଆରମ୍ଭ କରିଥିଲେ । ରଥରେ ଶ୍ରୀଜୀୟୁଙ୍କ ନିତିକାନ୍ତି ହୋଇଥିଲା । ଅପରାହ୍ନ ୧ଟାରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଘଣ୍ଟଘଣ୍ଟା ଧ୍ୱନିରେ ରଥକୁ ଟାଣିନେଇଥିଲେ । ମାଉସୀମା ଘରକୁ ଯିବାକୁ ଶ୍ରୀଜୀୟୁ ବ୍ୟଗ୍ର ଥିବାର ଅନୁଭବ କରି ଭକ୍ତ ଭଗବାନକୁ ଶୀଘ୍ର ଟାଣି ନେଇ ଅପରାହ୍ନ ୪ଟାରେ ମାଉସୀମା ମନ୍ଦିର ନିକଟରେ ପହଞ୍ଚାଇଥିଲେ । ହରିବୋଲ ହୁଳହୁଳିରେ ରଥଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା । ଆସନ୍ତା କାଲି ସନ୍ଧ୍ୟାରେ ଶ୍ରୀଜୀୟୁ ମାଉସୀମା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିବେ । ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ଦଳର ରାଜନେତା ଏଥିରେ ସାମିଲ ହୋଇ ରଥ ଟାଣିଥିଲେ ।

ଗତକାଲି ରଥଟଣା ନହେବା ଘଟଣାକୁ ନେଇ ତୁମ୍ଭି ତୋଫାନ ହୋଇଥିଲା । ହେଲେ ଆଜି ନିରବତ ଦେଖାଦେଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ରଥଟଣା ହୋଇଥିଲା । କାଲିର ତୃଟିପାଇଁ କିଏ ଦାୟୀ ସେ ସମ୍ପର୍କରେ କେହି କିଛି କହିନଥିଲେ । ଏହା ଉପରେ କି ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ବାହୁଡା ଯାତ୍ରା ଥିବାରୁ ପ୍ରଶାସନ ଚୁପ ରହିବା ଭଲ ମନେକରୁଛି ବୋଲି ଆଲୋଚନା ହେଉଛି ।