
କେନ୍ଦ୍ରାପଡା-୨୧/୬- କେନ୍ଦ୍ରାପଡା ମାଇଁ ଅଲୁମିନି, କେନ୍ଦ୍ରାପଡା କଲେଜର ଏନସିସି ବିଭାଗ ଓ ଜିଲ୍ଲା ପତଞ୍ଜଳୀ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା କଲେଜ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ପତଞ୍ଜଳି ଜିଲ୍ଲା ପ୍ରଭାରୀ ବିଭୂ ପ୍ରସାଦ ଦାସ ଓ ମେଜର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା । ପତଞ୍ଜଳି ଯୋଗ ଶିକ୍ଷକ ସୁମନ୍ତ ଶେଖର ପଲାଇଙ୍କ ତତ୍ତ୍ୱାବଧାନରେ ଯୋଗ ଓ ପ୍ରାଣାୟମ ପରିଚାଳିତ ହୋଇଥିଲା । ଆନ୍ତର୍ଯ୍ୟାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ମାନଙ୍କ ସମେତ ବାଳକ ବିଭାଗଏନ.ସି.ସି. ଏବଂ ବାଳିକା ବିଭାଗ ଏନ.ସି.ସି. ର କ୍ୟାଡେଟ,ତତସହିତ ପଞ୍ଜିକୃତ ଅନୁଷ୍ଠାନ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ର ସମସ୍ତ ସଦସ୍ୟ ଏବଂ ସଦସ୍ୟା ତଥା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ସହରବାସୀ ମିଳିତ ହୋଇ ଯୋଗାଭ୍ୟାସ କରିଥିଲେ । ଏଥିରେ କେନ୍ଦ୍ରାପଡା ଏନସିସି କ୍ୟାଡେଡସ, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଉପିନ ରାଉତ ଓ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ କେନ୍ଦ୍ରାପଡା ଜେଲ୍ ପରିସରରେ ବିଭୂ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ, ଅଶୋକ ମହାନ୍ତି ଓ କ୍ଷୀରୋଦ ମହାରଣାଙ୍କ ତତ୍ତ୍ୱାବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ସେହିପରି କେନ୍ଦ୍ରାପଡାର ରାମ ମନ୍ଦିର ପ୍ରାଙ୍ଗଣରେ ଶିବ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପରିଚାଳିତ ହୋଇଥିଲା ।