
କେନ୍ଦ୍ରାପଡା ୨୪/୬- ନାରୀ ଜାତିର ଜାଗରଣ ଓ ମାତୃଶକ୍ତିର ମହିମା, ଗୌରବକୁ ପୁଣି ଥରେ ଜାଗରଣ କରିବା ପାଇଁ ଜ୍ଞାନପ୍ରଭା ମିଶନ, ଭୁବନେଶ୍ୱର ତରଫରୁ “ଶକ୍ତି ରୂପେଣ ସଂସ୍ଥିତା” ନାମରେ ଏକ ବାଳିକା ସମାବେଶର ଆୟୋଜନ କରିଛନ୍ତି । ହରିହରାନନ୍ଦ ବାଳାଶ୍ରମ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଦିବ୍ୟ ସାନ୍ନିଧ୍ୟ ଓ ଛାତ୍ରୀ ମାନଙ୍କୁ ଉଚିତ ମାର୍ଗରେ ଶିକ୍ଷାଲାଭ କରିବା ସହିତ ସତ୍ ମାର୍ଗରେ ଯିବା ପାଇଁ ଆହ୍ୱାନ ଦେଇଥିଲେ । ଓଡିଶାର ସୁନାମଧନ୍ୟା ଡଃ ଶ୍ରୁତି ମହାପାତ୍ର ତାଙ୍କର ଜୀବନ କାଳ ମଧ୍ୟରେ ଘାତ ପ୍ରତିଘାତରେ କିପରି ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ତାହା ବର୍ଣ୍ଣନା କରିଥିଲେ । ଜଙ୍ଗଲ ବିଭାଗର ପଦାଧିକାରୀ(ଆଇଏଫଏସ) ପଦ୍ମା ମହାନ୍ତି ନାରୀ ଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଛାତ୍ରୀମାନେ ନିଜକୁ ଦୁର୍ବଳ ନଭାବି ସବୁ କାର୍ଯ୍ୟରେ ତାଙ୍କ ଭଳି ପ୍ରତିଷ୍ଠିତ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଦିଗ୍ଦର୍ଶନ ଦେଇଥିଲେ । ଏହି ସଭାରେ ଜ୍ଞାନପ୍ରଭା ମିଶନର ସଭାପତି(ଅଧ୍ୟକ୍ଷା) ଜ୍ୟୋତିର୍ମୟୀ ମିଶ୍ର ଓ ପ୍ରଜ୍ଞାନ ମିଶନର ସଭାପତି ଗୁରୁ ସ୍ୱାମୀ ଗୁରୁକୃପାନନ୍ଦ ମା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୩ ବିଦ୍ୟାଳୟ, ୧୮ଟି ମହାବିଦ୍ୟାଳୟରୁ ପ୍ରାୟ ୯୦୦ରୁ ଉର୍ଦ୍ଧ ଛାତ୍ରୀମାନଙ୍କର ସମାବେଶ ହୋଇଥିଲା । କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଜ୍ଞାନପ୍ରଭା ମିଶନରେ ସନ୍ନ୍ୟାସିନୀ ଓ ବ୍ରହ୍ମଚାରିଣୀ ମା’ ମାନେ ଯୋଗାସନ,ପ୍ରାଣାୟାମ ଓ ଧ୍ୟାନ ଶିକ୍ଷା ଦେଇଥିଲେ । ଛାତ୍ରୀମାନଙ୍କ ଦ୍ୱାରା ନାରୀଶକ୍ତିର ଜାଗରଣ ଉପରେ ଦଳଗତ ଆଲୋଚନା ହୋଇଥିଲା ଏବଂ ପ୍ରତ୍ୟେକ ଦଳ ସେମାନଙ୍କର ଆଲୋଚନାର ଆଭିମୁଖ୍ୟକୁ ଉପସ୍ଥାପନା କରିଥିଲେ । ଏହି ଅବସରରେ ପ୍ରଜ୍ଞା ମିଶନ ପକ୍ଷରୁ ଏକ ପୁସ୍ତକ “ସ୍ୱୟଂ ପ୍ରଜ୍ଞା” ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ପରିଚାଳନା କରିଥିଲେ । ସ୍ୱାମୀ ଗିରିଜାନନ୍ଦ ଗିରି, ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି ନାରୀଶକ୍ତିର ମହିମା ଉପରେ ଆଲୋକପାତ କରିଥିଲେ । ସ୍ୱାମୀ ଶାରଦାନନ୍ଦ ଗିରି, ସ୍ୱାମୀ ସତ୍ୟମୟାନନ୍ଦ ଗିରି, ବ୍ରହ୍ମଚାରିଣୀ ମଧୁ, ଝରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜ୍ଞାନପ୍ରଭା ମିଶନର ସଦସ୍ୟା ଗୀତାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଜ୍ଞାନପ୍ରଭା ମିଶନର ଅନ୍ୟତମ କାର୍ଯ୍ୟକାରୀ ସଦସ୍ୟା ବିଜୟଲକ୍ଷ୍ମୀ ଜେନା ଓ ସୁଜାତା ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।