ତାପମାତ୍ରା ବୃଦ୍ଧି ପାଇଁ ବିଲୁପ୍ତ ହେଇଯିବ ମଣିଷ ଜାତି! ଗ୍ରୀଷ୍ମର ଅଭୂତପର୍ବ ରୌଦ୍ର ଦାବାନଳକୁ ବୃକ୍ଷରୋପଣ ହିଁ ରୋଧ କରିପାରିବ: ଜନମଂଚ



ପଟ୍ଟାମୁଣ୍ଡାଇ:୨୬/୦୬ ଗତ କିଛି ଦିନଧରି ଜଳବାୟୁ ପରିବର୍ତନର ପ୍ରଭାବ ଦେଖିବାକୁ ମିଳୁଛି । ବିଶ୍ୱତାପମାନ ବୃଦ୍ଧି ଯୋଗୁ କେତେବେଳେ ମରୁଡି ତ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ବିନାଶର କାରଣ ସାଜୁଛି । ଚଳିତ ବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଦେଶ୍ୱବାସୀ ହୋଇଯାଇଥିଲା ଆକ୍ତାମାକ୍ତ । ରାଜ୍ୟରେ ସର୍ବୋଚ ତାପମାତ୍ର ୪୬ ଡିଗ୍ରୀ ହେଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪୨ ଡିଗ୍ରୀ ଅତିକ୍ରମ କରିଥିଲା । ଏତାଦୃଶ ତାପମାତ୍ର ବୃଦ୍ଧି ପାଇ ଚାଲିଲେ ମାନବଜୀବନ ବିରାଟ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଜିବଜନ୍ତୁ ବିଲୁପ୍ତ ହୋଇଯିବା ଅସମ୍ଭ ନୁହେଁ ବୋଲି ଜନମଂଚ ପକ୍ଷରୁ ଅନୁଷ୍ଟିତ ବୈଠକରେ ମତ ପ୍ରକାଶ ପାଇଛି ।


ବରିଷ୍ଠ ସଭ୍ୟ କୃପାସିନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଗଠନର ଆବାହକ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା ଯୋଗ ଦେଇ ସାଂପ୍ରତିକ ବିପତି ସଂପର୍କରେ ଉଲ୍ଲେଖ କରି ଉକ୍ତ ପ୍ରଳୟକୁ ରୋକିବା ପାଇଁ ବୃକ୍ଷରୋପଣ ଓ ସୁରକ୍ଷା ହିଁ ଏକ ବଳିଷ୍ଠ ପ୍ରତିକାର । ପ୍ରକୃତି ଓ ପ୍ରଗତି ସନ୍ତୁଳିତ ରହିଲେ ଗ୍ରୀଷ୍ମର ନିଦାରୁଣ ପ୍ରବାହ ପରି ବିପର୍ଯ୍ୟୟକୁ ଏଡାଇ ହେବ ବୋଲି ପ୍ରକାଶ କରିଥିଲେ । ଆମ ଜିଲ୍ଲାସହ ରାଜ୍ୟରେ ସମୁଦ୍ର ତଟର ଲୁଣା ଜଙ୍ଗଲର ତଥା ଅଣଲୁଣା ଜଙ୍ଗଲର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ । ଏତଦ ବ୍ୟତୀତ ବର,ଅଶ୍ୱତଥ ବୃକ୍ଷ ସହ ବିଦେଶୀ ବୃକ୍ଷ ବଦଳରେ ଛାୟା ଓ ଅମ୍ଳଜାନ ପ୍ରଦାଇ ଭାରତୀୟ ବୃକ୍ଷ ରୋପଣ ପଦକ୍ଷେପ ପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କୁ ନିବେଦନ କରିଥିଲା ।ଚଳିତ ବର୍ଷା ଋତୁରେ ସଂଗଠନ ପକ୍ଷରୁ କେତେକ ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ବୈଠକରେ ପଟ୍ଟାମୁଣ୍ଡାଇ-ରାଜନଗରର ବିଭିନ୍ନ ସ୍ଥାନରେ କୁମ୍ଭୀର ଆକ୍ରମଣରେ ମୃତାହାତ ହେଉଛନ୍ତି ବନ ବିଭାଗ ଏହି ସମସ୍ୟାର ସମାଧାନ ନକରି ନୀରବତା ରହିବା ଜନ ଆନ୍ଦୋଳନକୁ ଉସ୍କାଉଛି ବୋଲି ସଭାପକ୍ଷରୁ ଚେତାଇ ଦିଆଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ପରିଡା, ଅଭିରାମ ଲେଙ୍କା ,ଅଧ୍ୟାପକ ରାମଚନ୍ଦ୍ର ପାତ୍ର, ପ୍ରାକ୍ତନ ଅଧକ୍ଷ୍ୟ ଦୁର୍ଯ୍ୟୋଧନ ପରିଡା ଭାଗ ନେଇ ନିଜର ମତାମତ ରଖିଥେôଲ । ଶରତ କୁମାର ବିଶ୍ୱାଳ, ଶ୍ରୀକାନ୍ତ ଲେଙ୍କା, ଗୌରାଙ୍ଗ ବେହେରା ଆଦି ସଭାରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଶଶିଭୂଷଣ କୁଣ୍ଡ ଧନ୍ୟବାଦ ଦେଇଥିଲେ ।