ନୂଆଦିଲ୍ଲୀ . ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ପ୍ରକାଶ ପାଇଛି । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ପ୍ରାୟ ଦେଢ ମାସ ଧରି ଖେଳାଯିବାକୁ ଥିବା ଆଇସିସିର ସବୁଠୁ ବଡ଼ ଟୁର୍ଣ୍ଣାମେଂଟର ଫାଇନାଲ ନଭେମ୍ବର ୧୯ ତାରିଖରେ ଖେଳାଯିବ । ତେବେ ଭାରତ ତାର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ସହ ଖେଳିବ ।
ପ୍ରଥମ ଥର ପାଇଁ କ୍ରିକେଟ ଇତିହାସରେ ଭାରତ ଆଇସିସି ଦିନିକିଆ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ତେଣୁ ଏଥର ବିଶ୍ୱକପ ଜିତିବାକୁ ଭାରତ ପାଇଁ ଏକ ସୁଯୋଗ ରହିଛି । କୁହାଯାଉଛି ଭାରତର କିଛି ଖେଳାଳୀ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମିଙ୍କୁ ହୁଏତ ଶେଷ ଥର ବିଶ୍ୱକପରେ ଦେଖିବାକୁ ମିଳିବ । ଟୁର୍ଣ୍ଣାମେଂଟରେ ସେମିଫାଇନାଲ ଏବଂ ଫାଇନାଲକୁ ମିଶାଇ ମୋଟ ୪୮ ଟି ମ୍ୟାଚ ଖେଳାଯିବ । ୧୦ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ପ୍ରତ୍ୟେକ ଟିମ୍ ୯ ଟି ଲେଖାଏଁ ମ୍ୟାଚ ଖେଳିବେ ।
ଭାରତ ମ୍ୟାଚ
ଅକ୍ଟୋବର ୮: ଭାରତ ବନାମ ଅଷ୍ଟ୍ରେଲିଆ, ଚେନ୍ନାଇ ,
ଅକ୍ଟୋବର ୧୧: ଭାରତ ବନାମ ଆଫଗାନିସ୍ତାନ, ଦିଲ୍ଲୀ ,
ଅକ୍ଟୋବର ୧୫: ଭାରତ ବନାମ ପାକିସ୍ତାନ, ଅହମ୍ମଦାବାଦ,
ଅକ୍ଟୋବର ୧୯: ଭାରତ ବନାମ ବାଂଲାଦେଶ, ପୁଣେ ,
ଅକ୍ଟୋବର ୨୨: ଭାରତ ବନାମ ନ୍ୟୁଜିଲାଣ୍ଡ, ଧର୍ମଶାଳା ,
ଅକ୍ଟୋବର ୨୯: ଭାରତ ବନାମ ଇଂଲଣ୍ଡ, ଲକ୍ଷ୍ନୌ ,
ନଭେମ୍ବର ୨: ଭାରତ ବନାମ କ୍ୱାଲିଫାୟର-୨, ମୁମ୍ବାଇ ,
ନଭେମ୍ବର ୫: ଭାରତ ବନାମ ଦକ୍ଷିଣ ଆଫ୍ରିକା, କୋଲକାତା ,
ନଭେମ୍ବର ୧୧: ଭାରତ ବନାମ କ୍ୱାଲିଫାୟର-୧, ବେଙ୍ଗାଲୁରୁ
ଆଇସିସି ଦିନିକିଆ ବିଶ୍ୱକପ ଇତିହାସରେ ଏ ପର୍ଯ୍ୟନ୍ତ ଭାରତକୁ ହରାଇପାରିନାହିଁ ପାକିସ୍ତାନ । ଚଳିତ ବିଶ୍ୱକପରେ ପାକିସ୍ତାନର ଏହି ଅଲୋଡା ରେକର୍ଡ ଭାଙ୍ଗିବ ନା ପୁଣି ଥରେ ଭାରତଠୁ ହାରିବ ତାହା ଉପରେ ସବୁ କ୍ରିକ୍ରେଟ ପ୍ରେମୀଙ୍କ ନଜର ରହିଛି ।