
କେନ୍ଦ୍ରାପଡା,୨୯ା୬ – ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ଥିବାର ଅନୁଭବ ହେଉନାହିଁ । ସରକାରୀ ସମ୍ପତ୍ତିର ସୁରକ୍ଷା ନାହିଁ । ଜିଲ୍ଲା ଅଧିବାସୀଙ୍କ ସ୍ୱାର୍ଥପ୍ରତି ପ୍ରଶାସନର ନଜର ରହୁନାହି । ପ୍ରଶାସନୀକ ଅଭିଯୋଗ ଜନ ଶୁଣାଣିରେ ଯେତେ ଅଭିଯୋଗ କଲେ ମଧ୍ୟ କାଁ ଭାଁ କେତୋଟି ଛୋଟମୋଟ କାମ ହେଉଛି । କେନ୍ଦ୍ରାପଡା ସହରର ଅବସ୍ଥା କହିଲେ ନ ସରେ । ଶୃଙ୍ଖଳା ଅଛି ବୋଲି ଅନୁଭବ ହେଉନାହିଁ । ପ୍ରତିଦିନ ସହରର ବିଭିନ୍ନ ଛକ ବଜାରରେ ଟ୍ରାଫିକ ଜାମ ହେଉଛି । ଏହି ଘଟଣା ପ୍ରଶାସନ ଜାଣିଥିଲେ ମଧ୍ୟ ରାସ୍ତାରୁ ଜବର ଦଖଲ ହଟୁନାହିଁ ।ସରାକାରୀ ଜମିକୁ ଜବର ଦଖଲ କରି ଆରାମରେ ଘରେ ରହୁଥିବା ବେଳେ ଏହା ଦିନକୁ ଦିନ ବଢିବଢି ଚାଲିଛି । ଏହି ସମସ୍ୟା ସହିତ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ସହର ବାସୀଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛି । ଏହି ଯୁବକମାନେ ବାଇକରେ ବିକଟାଳ ଶଦ୍ଦ କରି ସହରରେ ପଇଁତରା ମାରୁଛନ୍ତି । ଏହି ବିକଟାଳ ଶଦ୍ଦ ଶୁଣି ଲୋକେ ଛାନିଆ ହୋଇଯାଉଛନ୍ତି । ହୃଦରୋଗୀଙ୍କ ପାଇଁ ଏହି ଶଦ୍ଦ ବିପଦ ସୃଷ୍ଟି କରିଛି । ଏହା ଦ୍ୱାରା ଶଦ୍ଦ ପ୍ରଦୂଷଣ ହେଉଛି । ପୋଲିସ ଏମାନଙ୍କୁ କାବୁ କରିପାରୁନାହିଁ । ଯାହାଫଳରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି । ସୂଚନା ଯୋଗ୍ୟ ଯେ କଟକ, ଭୂବନେଶ୍ୱରରେ ଏପରି ଅସାମାଜିକ ମାନଙ୍କୁ ପୋଲିସ ଦଣ୍ଡିତ କରୁଛି । ପାଟ୍ରୋଲିଂ କରୁଥିବା ପୋଲିସ କଣ କରିଛି ବୋଲି ସହରରେ ଆଲୋଚନା ହେଉଛି ।