କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କ ବିଦ୍ୟାରମ୍ଭ

 କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କ ବିଦ୍ୟାରମ୍ଭ

କେନ୍ଦ୍ରାପଡା ୧/୭- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ପିଲାମାନଙ୍କର ଆଜି ପାଠପଢା ଆରମ୍ଭ ହୋଇଛି । ସକାଳ ୮ଟାରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ôଚଥିଲେ । ପ୍ରଧାନ ଶିକ୍ଷକ ସେକ୍ ଇଦ୍ରିସ ଅଲ୍ଲୀ ସେମାନଙ୍କୁ ଶ୍ରେଣୀଗୃହକୁ ପାଛୋଟି ନେଇଥିଲେ । ଏହାପରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏକ ଅଭ୍ୟର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଅଧ୍ୟକ୍ଷ ଭାଗ୍ୟରଥି ସାହୁ ଉପସ୍ଥିତ ରହି ସ୍କୁଲର ନୀତିନିୟମ ଓ ଆଦର୍ଶ ଉପରେ ସ୍କୁଲର ବକ୍ତବ୍ୟ ରଖିବା ସହିତ ସ୍କୁଲର ନିୟମାବଳୀ ପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରିଥିଲେ । ସେଠାରେ ପିଲାମାନଙ୍କୁ ମାଗଣାରେ କଲମ, ପେନ୍‌ସିଲ ଓ କଟର ଦିଆଯାଇଥିଲା । ପ୍ରଥମ ଶ୍ରେଣୀରେ ଏହିବର୍ଷ ୮୦ଜଣ ପିଲା ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ଏହି ସଭାରେ ଶିକ୍ଷକ ସୁକାନ୍ତ କିଶୋର ସାମନ୍ତରାୟ, ଅଜୟ କୁମାର ପଣ୍ଡା, ଅଜୟ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।