
ଓଡିଶାର ବରପୁତ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆସନ୍ତା ୯ ତାରିଖରେ ପାଳିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲ ମିଳିତ ସହଯୋଗରେ ଆସନ୍ତା ରବିବାର ସନ୍ଧ୍ୟା ୫ ଘଟିକା ସମୟରେ ପଟ୍ଟାମୁଣ୍ଡାଇ ପୈାରପରିଷଦ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବା । ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ ସ୍କୁଲର ସଭାପତି ନୀଳମାଧବ ପତି ପୈାରହିତ୍ୟ କରିବେ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ପ୍ରମେୟର ଉପମହା ପ୍ରବନ୍ଧକ (ବାର୍ତା) ମାନସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେବେ । ସେହିପରି ବିଶିଷ୍ଟ କଣ୍ଠ ଶିଳ୍ପୀ ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଦସ୍ୟ ଦୁଃଖିଶ୍ୟାମ ତ୍ରୀପାଠୀ, ଓଡିଶା ହାଇକୋର୍ଟର ବରିଷ୍ଟ ଆଇନଜ୍ଞ ପ୍ରଣୟ କିଶୋର ହରିଚନ୍ଦନ ଓ ପୁରୀ ଶ୍ରୀମନ୍ଦିର ଅବସର ପ୍ରାପ୍ତ ଉପପ୍ରଶାସକ (ଅର୍ଥ) ସୁଖରଞ୍ଜନ ବୋଷ ସମ୍ମାନୀତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପାୟଲ ମ୍ୟୁଜିକ ସ୍କୁଲର କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାଯାଇଛି ।