ଲୁଣା ନଦୀରେ ବୁଡି +୨ବିଜ୍ଞାନ ଛାତ୍ରଙ୍କ ମୃତ୍ୟୁ


କେନ୍ଦ୍ରାପଡ଼ା, ୧୦/୦୭- ନିଷ୍ଠୁର ନିୟତି, ଅକାଳରେ ଝରିପଡିଲା ଜୀବନ କୁସୁମ, ଲିଭିଗଲା ଶିଶୁ ପ୍ରତିଭାର ଜୀବନ ପ୍ରଦୀପ. ଲୁଣା ନଦୀରେ ଜାଭିଅର ସ୍କୁଲର କୃତି ଛାତ୍ର କୀର୍ତ୍ତିମାନ ଶତପଥୀଙ୍କ ସଲିଳ ସମାଧି । ସଦ୍ୟ ପ୍ରକାଶିତ ଦଶମ ପରୀକ୍ଷାରେ ୯୨% ମାର୍କ୍ସ ରଖି ଉତ୍ତୀର୍ଣ୍ଣ ହୋଇଥିଲେ କୀର୍ତ୍ତିମାନ ।

ସୂଚନା ଯୋଗ୍ୟ ଯେ ଗତକାଲି ରାଜକନିକା ଅଞ୍ଚଳର ପୋଲିସ ବିଭାଗରେ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିବା ହାବିଲଦାର ସୁରେନ୍ଦ୍ର ନାଥ ଶତପଥୀଙ୍କ ପୁଅ ଆଦର୍ଶ ବିଦ୍ୟାଳୟରେ +୨ଶ୍ରେଣୀରେ ପାଠ ପଢୁଥିବା କୁର୍ତ୍ତିରାଜ ଶତପଥୀ ନାମକ ଛାତ୍ର ପୂର୍ବାହ୍ନ ୧୧ଘଟିକା ସମୟରେ କଳପଡା ସ୍ଥିତ ଲୁଣା ନଦୀକୁ ଅନ୍ୟ ୩ଜଣ ସାଙ୍ଗ ମାନଙ୍କ ସହିତ ଗାଧୋଉଥିବା ବେଳେ ଅତର୍କିତ ଭାବେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଯାଇଥିଲେ । ଏ ବିଷୟରେ ପରିବାର ଲୋକେ ଖବର ପାଇ ତତକ୍ଷଣାତ୍ ଅଗ୍ନୀଶ୍ରମ୍ ବାହିନୀ ଓ ଓଡ୍ରାଫ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ବହୁ ସମୟ ଖୋଜା ଖୋଜି କରିବା ପରେ ଗଭୀର ଜଳ ରାଶିରୁ କୀର୍ତ୍ତି ରାଜାଙ୍କୁ ଉଦ୍ଧାର କରି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ପରେ ବିଭାଗୀୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତରଣ କରାଯାଇଥିବା ସଦର ଥାନା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗାଁ,ସ୍କୁଲ ଓ କେନ୍ଦ୍ରାପଡ଼ା ସବୁଠି ଶୋକାକୁଳ ପରିବେଶ, କେନ୍ଦ୍ରାପଡ଼ାର ଗର୍ବ ମାନଙ୍କ ଭିତରୁ ଜଣେ ହେବାର ପୂର୍ବାଭାଷ ଦେଖାଇ ସମସ୍ତଙ୍କ ଆଖି ରେ ଲୁହ ଦେଇ ପାରିଜାତ କଳିକା ଟିକୁ ପାଖକୁ ତୋଳିନେଲେ ।