ସଂଜୀବନୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ


କେନ୍ଦ୍ରାପଡା ୧୨/୭- କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗରସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ଆଜି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି କୂଳମଣି ନାୟକ, କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, ସମାଜସେବୀ ଶ୍ରୀଧର ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଆମ୍ବ, ପଣସ, କୃଷ୍ଣଚୂଡା, ରାଧାଚୂଡା, ପିଜୁଳି ଓ ଦେବଦାରୁ ଭଳି ଶତାଧିକ ଚାରା ବିଦ୍ୟାଳୟ ପରିସରରେ ରୋପଣ କରିଥିଲେ । ପରିବେଶର ସୁରକ୍ଷା, ଅମ୍ଳଜାନର ପରିମାଣ ବୃଦ୍ଧି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଗୋଟିଏ ଜୀବନ ପାଇଁ ଗୋଟିଏ ଗଛର ଆବଶ୍ୟକତା ବୋଲି ଅତିଥିମାନେ ମତ ରଖିଥିଲେ । ପିଲାମାନେ ଚାରାଗୁଡିକର ସୁରକ୍ଷା ପାଇଁ ଅଙ୍ଗୀକାର ବଦ୍ଧ ହେବା ସଙ୍ଗେସଙ୍ଗେ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଚାରାଗଛର ଯତ୍ନ ନେଇ ତାକୁ ସୁରକ୍ଷା ଦେବେ ବୋଲି ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ର ଓ ସାଂସ୍କୃତିିକ ପ୍ରମୁଖ ସଦାଶିବ ପଣ୍ଡିତ୍ରା, ସତ୍ୟସାଇ ସେବା ସଂଗଠନର ଯୁବ ସଂଯୋଜକ ରାଜେନ୍ଦ୍ର ଲେଙ୍କା ଓ ସ୍ୱେଚ୍ଛାସେବୀ ଶ୍ରୀଧର ଦାସଙ୍କ ସମେତ ସଂଜୀବନୀ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।