ନାନକାର ଗୋବିନ୍ଧଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ପାଇଁ ଦାବିପତ୍ର ପ୍ରଦାନ


କେନ୍ଦ୍ରାପଡା, ୩୦ା୮- ଗତକାଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ନାନକାର ଗ୍ରାମ କେନାଲ କଡରେ ଥିବା ଗୋବିନ୍ଦଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ଜାନୁୟାରୀ୨୦୨୦ ମସିହା ୧୯ତାରିଖ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ ସହିତ ମିଶ୍ରଣ କରି ବନ୍ଦ କରିଦେବା ଫଳରେ ନାନକାର ଗ୍ରାମର ୪ନଂ ୱାର୍ଡ ଓ ଚକ୍ରୋଡା ଗ୍ରାମ ପଞ୍ଚାୟତର ୧୩ନଂ ୱାର୍ଡ ଗୋବିନ୍ଦଜୀଉପାଟଣା ଓ ବିରିବାଟି ଗ୍ରାମକୁ ମିଶାଇ ପ୍ରାୟ ତିନୋଟି ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ନିଜ ଗ୍ରାମ ନିକଟରୁ ପ୍ରାୟ ୨ ରୁ ୩ କିଲୋମିଟର ବାଟ ପାଦରେ ଚାଲି ଚାଲି ବାଲି ବୋଝେଇ ହାଇୱା ଟ୍ରକ୍ ଯାତାୟତ କରୁଥିବା ରାସ୍ତା ଦେଇ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ କେନାଲ ପୋଲ ପାରିହୋଇ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ବେଳେ ସରକାରଙ୍କୁ ଏ ବିଷୟରେ ଗ୍ରାମବାସୀମାନେ ବାରମ୍ବାର ଯେତେ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କ ସମେତ ଖୋଦ୍ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏଥିପ୍ରତି କୌଣସି ଦୃଷ୍ଟି ନଦେବା ଏବଂ କର୍ଣ୍ଣପାତ ନକରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମୁଖ୍ୟ ଆଲୋଚର ବିଷୟ ପାଲଟିବା ସହିତ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବକୁ ନିନ୍ଦା ପ୍ରକଟ କରିଛନ୍ତି । ଆହୁରି ମଧ୍ୟ ଗ୍ରାମବାସୀମାନେ ଗଣମାଧଯୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ପୁନର୍ବାର ଖୋଲିବାକୁ ଅନୁମତି ନପ୍ରଦାନ କରନ୍ତି ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ତିନୋଟି ଗ୍ରାମର ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଧାରଣା ଦେବେ ଓ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଲିଖିତ ଦାବିପତ୍ର ଦ୍ୱାରା ସରକାରଙ୍କୁ ଚେତାବନୀ ଦେଇଥିଲେ । ଅଭିଯୋଗକାରୀମାନେ ହେଲେ କାହ୍ନୁଚରଣ ମହାରଣା, ରଞ୍ଜନ ମହାପାତ୍ର, ଗୁରୁଚରଣ ବାରିକ, ଲକ୍ଷ୍ମଣ ବାରିକ, ନଟବର ଦାସ, ଦଇତାରୀ ବାରିକ, ଅଲେଖ ଚନ୍ଦ୍ର ବେହେରା, ସୁକଦେବ ସେଠୀ, ସୁରେଶ ବାରିକ, ଭରତଚନ୍ଦ୍ର ସ୍ୱାଇଁ, କଳ୍ପତରୁ ସେଠୀ, ବାଙ୍କବିହାରୀ ସ୍ୱାଇଁ, ଦେବାଶିଷ ଖଣ୍ଡାଇଙ୍କ ସମେତ ତପନ କୁମାର ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି ।