
ଧ୍ରୁବ -ଅନ୍ନପୂର୍ଣ୍ଣା ସେବା ପରିଷଦ ପକ୍ଷରୁ ଦିବଂଗତ କୃଷକନେତା ଧ୍ରୁବ ଚରଣ ସ୍ୱାଇଁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଯୁବସ୍ବେଛାସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଗରା ଠାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ କିଶୋର ତରାଇ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, ବିଜେପି ଯୁବନେତା ଅଜୟ ବେହେରା, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ,ଅଧ୍ୟାପିକା ଭଗବତୀ ରାଉତ, ଡା ମିନତୀ ପଣ୍ଡା, ପ୍ରାକ୍ତନ ସେନା କର୍ମଚାରୀ ମାନଗୋବିନ୍ଦ ସ୍ୱାଇଁ, ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ,ସବ୍ୟସାଚୀ ରାଉତ, ଯୁବ ନେତା ବାସୁଦେବ ପ୍ରଧାନ ପ୍ରମୁଖ ଭାଷଣ ଦେଇ ଦିବଂଗତ ସ୍ୱାଇଁଙ୍କ କର୍ମ ମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ରାଉତ, ଭଜକୃଷ୍ଣ ସ୍ୱାଇଁ, ମମତା ଲେଙ୍କା, ଦେବକୀ ସ୍ୱାଇଁ,ରେବତୀ ସ୍ୱାଇଁ, ଉଷାରାଣୀ ସ୍ୱାଇଁ ଓ ଦ୍ରୌପଦୀ ବସନ୍ତରାୟ ପରିଚାଳନା କରିଥିଲେ ।