
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଣ୍ଢରାଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାନସଭା ବିଜେଡି ସଂଯୋଜକ ଦୂର୍ଗାଶିଷ ମହାନ୍ତିଙ୍କ ପୌରହିତ୍ୟ ଓ ବରିଷ୍ଠ ନେତା ଚିତରଞନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇ ଦଳର ବିଜୟ ନେଇ ଆଲୋଚନା କରିଥିଲେ । ଏହି ଅବସରରେ
କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ବକ୍ତବ୍ୟରେ ରାଜ୍ୟରେ ବିଜେଡି ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ବୈପ୍ଳବିକ ପରିବର୍ତନ ଆଣିପାରିଛନ୍ତି । ତେଣୁ ଏଭଳି ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ବିଜେଡିକୁ ଆଗାମୀ ଦିନରେ ସଶକ୍ତ କରିବାକୁ ହେଲେ ପଂଚାୟତ ସ୍ତରରେ କର୍ମୀ ସମ୍ମିଳନୀ କରି ଭୋଟରଙ୍କ ନିକଟତର ହୋଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିବାକୁ ଗୁରୁମନ୍ତ୍ର ଦେଇଥିଲେ । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟ ହେବା ସହିତ ୭ ବିଧାନସଭା ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀମାନେ ବୃହତ ବ୍ୟବଧାନରେ ବିଜୟ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା । ଯୋଡି ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ପ୍ରାର୍ଥୀ ବଳିଷ୍ଠ ଯୁବ ନେତୃତ୍ୱ ତଥା ମାଟିର ପୁଅ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାଯ୍ୟକ୍ରମରେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗଦେଇ ଆମର ଏହି ମାଟି ବିଜୁ ପଟ୍ଟନାୟକଙ୍କ ଦୁର୍ଗ । ଜନତା ଦଳ ପରେ ବିଜୁ ଜନତା ଦଳର ଜିତାପଟ୍ଟ ଜାରି ରହିଛି । ବିଜୁ ବାବୁଙ୍କ ସମୟରୁ ଏହି ପ୍ରକ୍ରିୟା ଜାରି ରହିଛି । ଗତ ନିର୍ବାଚନରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଓ ୭ ବିଧାନସଭା ପ୍ରାର୍ଥୀ ବିଜୟ ହୋଇଥିଲେ । ୨୦୨୪ରେ ଏହା ରିପିଟ୍ ହେବ ବୋଲି କହିଥିଲେ ।
କେନ୍ଦ୍ରାପଡା ଲୋକସଭା ପାର୍ଥୀ ଅଂଶୁମାନ ମହାନ୍ତି ଏହି ନିର୍ବାଚନୀ ବନ୍ଧୁମିଳନ ସଭାରେ କର୍ମୀ ମାନଙ୍କୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତି ଧାରାରେ ପ୍ରଭାବିତ ହୋଇ ଜିଲ୍ଲା ଲୋକେ ବିକାଶ ସହିତ ଅଛନ୍ତି । କେନ୍ଦ୍ରାପଡାବାସୀ ବେଶ ସଚେତନ । ଯିଏ ସୁଖ ଦୁଃଖର ସାଥୀ, କେନ୍ଦ୍ରାପଡ଼ାର ବିକାଶ କରୁଛି ତାଙ୍କ ସହିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଲୋକସଭା ପ୍ରାର୍ଥୀ ହୋଇଛି । ପୂର୍ବ ସାଂସଦଙ୍କ ଭଳି ଜନମାନସରୁ ଅଦୃଶ୍ୟ ନହୋଇ ନିଷ୍ଠାର ସହିତ ଏ ମାଟିର ଓ ଅଂଚଳବାସୀଙ୍କ ସେବା କରିବେ ବୋଲି ପ୍ରତିଶୃତି ଦେଇ ରେକର୍ଡ ଭୋଟରେ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ ।
କେନ୍ଦ୍ରାପଡା ବିଧାନସଭା ପାର୍ଥୀ ଗଣେଶ୍ୱର ବେହେରା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକର ଏହି ୧୨ଟି ପଂଚାୟରେ ଦଳ କିଭଳି ଭଲ ପଦର୍ଶନ କରିବ ଆଗକୁ କିଭଳି ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଯିବ ସେ ନେଇ ଅନୁଷ୍ଠିତ ବୈଠକରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲାଯୁବ ବିଜେଡି ସଭାପତି ରାଜେଶ ଦାସ,ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା ସୁପ୍ରିତା ନାଥ ଶର୍ମା,ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ ଓ ଜିଲ୍ଲାପରିଷଦ ସଭ୍ୟ ଜ୍ୟୋତ୍ରିମୟୀ ବେହେରା ପ୍ରମୁଖ ମଂଚାସୀନ ଥିବାବେଳେ ୧୨ଟି ପଂଚାୟତର ସରପଂଚ, ସମିତିସଭ୍ୟ ଓ କର୍ମୀମାନେ ଯୋଗ ଦେଇଥିଲେ ।