ଭାରତୀୟ ଜୀବନ ବୀମା ନିଗମ କେନ୍ଦ୍ରାପଡା ଶାଖାର ନିଜସ୍ୱ ନୂତନ ଗୃହପ୍ରବେଶ



କେନ୍ଦ୍ରାପଡା, ୨୯/୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଦୁହୁରିଆ ସ୍ଥିତ ନିଜସ୍ୱ ଗୃହକୁକୁ ସ୍ଥାନାନ୍ତରିତ ହୋଇଛି । ଏହି ଅବସରରେ କେନ୍ଦ୍ରାପଡା ଶାଖାର ନୂତନ ଗୃହରେ ରବିବାର ଦିନ ସ୍ୱତନ୍ତ୍ର ପୂଜା କରାଯାଇ ସୋମବାର ଦିନ ନୂତନ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ସେଠାରେ କାର୍ଯ୍ୟାଳୟ ବିଧିବଧ ଭାବେ କାର୍ଯ୍ୟ କରାଯାଇଥିଲା । ଏହାକୁ ଏଲ୍‌ଆଇସି କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅସିମ କୁମାର, କଟକ ମଣ୍ଡଳ ବିପତନ ପ୍ରବନ୍ଧକ ରାମକୃଷ୍ଣ ମିଶ୍ର, କେନ୍ଦ୍ରାପଡା ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀକୁମାର କେ, ଅନ୍ୟ ଅଧିକାରୀମାନଙ୍କ ସହିତ କର୍ମଚାରୀ ବୃନ୍ଧ, ଉନ୍ନୟନ ଅଧିକାରୀ, ଅଭିକର୍ତ୍ତାବୃନ୍ଦ ଓ ବୀମାଧାରକଙ୍କ ଉପସ୍ଥିତିରେ ନୂତନ ଗୃହ ପ୍ରବେଶ ଉତ୍ସବ ସମାପନ ହୋଇଥିଲା । କଟକ ମଣ୍ଡଳ ବରିଷ୍ଠ ପ୍ରବନ୍ଧକ ଅସିମ କୁମାର ନୂତନ ଗୃହ ପ୍ରବେଶର ଫିତାକାଟି ପ୍ରଦୀପ ପ୍ରଜ୍ୱଳନ କରି ଓ ପ୍ରଥମ ବୀମା ରସିଦ ବୀମାଧାରକଙ୍କୁ ଦେଇ ବୀମା କାଗଜ ନୂତନ ଗୃହରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟାଳୟଟି ଶିତତାପ ନିୟନ୍ତ୍ରୀତ କରାଯାଇ ଗ୍ରାହକମାନଙ୍କ ସମସ୍ତ ସୁବିଧା କରାଯାଇଛି ବୋଲି ପ୍ରବନ୍ଧକ ସୂଚନା ଦେଇଛନ୍ତି ।