
କେନ୍ଦ୍ରାପଡା,୧୭ା୮: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତର ମୁଷାଡିହା ଗ୍ରାମର ଦିଲ୍ଲିପ ଦାଶଙ୍କ ଘର ପାଖରୁ ଗ୍ରାମ ଭିତରକୁ ଯାଇଥିବା ଏଲଟି ଲାଇନ ବିଦ୍ୟୁତ ତାର ଉପରେ ଏକ ବାଉଁଶ ବୁଦା ଶୋଇରହିଛି। ଏହି ବାଉଁଶ ବୁଦାଟି ହେଉଛି ଦିଲ୍ଲିପ ଦାଶଙ୍କର। ପବନ ବହିଲେ ବାଉଁଶ ଗୁଡିକ ୫/୬ଫୁଟ୍ ତଳକୁ ଅଣେଇ ହୋଇ ଆସୁଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହାବ୍ୟତିତ ଶ୍ରୀ ଦାଶଙ୍କ ଘର ନିକଟରୁ ପୂର୍ବ ପାଶ୍ୱର୍କୁ ଯାଇଥିବା ଏହି ବିଦ୍ୟୁତ ତାରରୁ ସଂଯୋଗ ନେଇଥିବା ଉପଭୋକ୍ତାମାନେ ବିଭିନ୍ନ ସମୟରେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ସେହି ଗ୍ରାମର ବିଦ୍ୟୁତ ଉପଭୋକ୍ତା ନିତ୍ୟାନନ୍ଦ ଦାଶ, ହୃଷିକେଶ ସାହୁ, ଅଗଣି ସାହୁ, ମିନତୀ ଦାଶ, କେଶବ ଚନ୍ଦ୍ର ଦାଶ, ଭ୍ରମରବର ଦାଶ ପ୍ରମୁଖ ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀ, ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀ, ନୂଆପଡା ଓ ମାର୍ଶାଘାଇ ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି।