ଘରପୋଡିରେ ଦୁଇ ମୃତକଙ୍କ ପରିବାରକୁ ଭେଟିଲେ ସାଂସଦ , ଝାଡାବାନ୍ତିରେ ଆକ୍ରାନ୍ତ ଓ ମୃତକଙ୍କ ପରିବାରକୁ ଭୁଲିଗଲେ


 

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ କୁରୁଂଟି ପଚାଂୟତ ବଳରାମପୁର ଗ୍ରାମରେ ଅଗଷ୍ଟ ୧୫ତାରିଖ ଦିନ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ହେବାରୁ ପୁଅ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନ ବିପନ୍ନ ପରିବାରଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସହାୟତା ରାଶି ପଠାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଂଚି ଶୋକାକୂଳ ପରିବାରକୁ ସମବେଦନା ଜଣାଇ ପାରିନଥିଲେ ।
ଗୁରୁବାର ଦିନ ସାଂସଦ ଶ୍ରୀ ପଣ୍ଡା ବଳରାମପୁର ଗାଁରେ ପହଂଚିଥିଲେ । ସୁକାନ୍ତଙ୍କ ଘରକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିବା ସହ ଶୋକସନ୍ତପ୍ତ ବାପା, ମାଆଙ୍କୁ ସମବେଦନା ଜଣାଇଥିଲେ । ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ତାଙ୍କ ସହିତ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଗୀତାଞ୍ଜଳୀ ସେଠୀ, ଲଳିତ ବେହେରା, ମିଟୁମନୋଜ ନାୟକ, ପ୍ରଶାନ୍ତ ମହାନ୍ତି, ରାଜୀବ ନାୟକ, ବିକ୍ରମ ବାରିକ, ନିମାଇଁ ରାଉତ ପ୍ରମୁଖ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ । ସ୍ଥାନୀୟ ସରଂପବ ଶଶ୍ମିତା ମହାନ୍ତି, ପ୍ରାକ୍ତନ ସରଂପଚ ରଂଜନକୁମାର ମହାନ୍ତି ଉପସ୍ଥିତ ଥିଲେ ।
ଅପରପକ୍ଷରେ ଏହି ବ୍ଲକର ବିଭିନ୍ନ ଗାଁରେ ଝାଡାବାନ୍ତି ବ୍ୟାପି ଗୋଟିଏ ମାସ ମଧ୍ୟରେ ଚାରିଜଣ ମୃତ୍ୟୁବରଣ କରିବା ସହ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଭିତରଗଡ ପଚାଂୟତର ଚାରିପୋଖରିଆ ଗାଁରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସମଗ୍ର ଗାଁକୁ ବ୍ୟାପିବା ପରେ ପାଖ ଗାଁ ଶିଳପୋଖରୀ ଓ ଭିତରଗଡକୁ ବ୍ୟାପିଥିଲା । ପରବର୍ତୀ ସମୟରେ ଗୁପ୍ତି ପଚାଂୟତର ଓକିଲପାଳ ଗାଁରେ ଜଣେ ମୃତ୍ୟୁବରଣ କରିବା ଏହି ରୋଗ କାୟା ମେଲାଇଛି । ଏପରିକି ଖମାରସାହି ପଚାଂୟତ ରାଜେନ୍ଦ୍ରନାରାୟଣପୁର, ବେଲପାଳ, ସାନବଡଗୋପ।।ଳପୁର ପଚାଂୟତର କିଆଯୋଡି ଗ୍ରାମର କିଛି ଲୋକ ଆକ୍ରାନ୍ତ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ।
ଏପରି ସ୍ଥିତିରେ ସାଂସଦ ଶ୍ରୀ ପଣ୍ଡା ଚାରିପୋଖରିଆ ଓ ଓକିଲପାଳ ଗାଁରେ ଅନେକ ଲୋକ ଝାଡାବାନ୍ତିରେ ପଡିଥିବା ବେଳେ ଜଣେ ନାବାଳକ ଓ ବୃଦ୍ଧ ପ୍ରାଣ ହରାଇଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି ।ମାତ୍ର ସାଂସଦ ଶ୍ରୀ ପଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ନଯିବା ସାଧାରଣରେ ପ୍ରଶ୍ନ ବାଚ୍ଚୀ ସୃଷ୍ଟି କରିଛି ।