ମହିନ୍ଦ୍ର ଓ ମହିନ୍ଦ୍ରା ପକ୍ଷରୁ ପରିବେଶ ସଚେତନତା ଶିବିର



କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ସହର ଡେଷ୍ଟିନେସନ ମଣ୍ଡପରେ ଭାରତର ଏକ ଅଗ୍ରଣୀ ତଥା ପ୍ରମୁଖ ଡିଜେଲ ଜେନେରେଟର ନିର୍ମାଣ ମହିନ୍ଦ୍ର ଓ ମହିନ୍ଦ୍ରା ଓ ସହଯୋଗୀ ୩ଏସ୍ ଡିଲର ଟିଆର୍‌ଏସ୍ ଇଞ୍ଜିନିୟରଙ୍କ ତରଫରୁ ରେଣ୍ଟାଲ ଗ୍ରାହକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମହିନ୍ଦ୍ର ଏବଂ ମହିନ୍ଦ୍ରା ନୂତନ ଜ୍ଞାନ କୌଶଳରେ ନିର୍ମିତ ସିପି.ସିବି.ଆଇଭି.ଟି(ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ) ଜେନେରେଟର ଦ୍ୱାରା ଜଳବାୟୁ ପ୍ରଦୂଷଣ କମ୍ କରିବା, ଉତ୍ତାପ କମ୍ କରିବା ଓ ପରିବେଶ ଉପରେ କମ୍ କୁପ୍ରଭାବ ପଡିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଣ୍ଟାଲ ଗ୍ରାହାକ ଓ ମହିନ୍ଦ୍ରାର ଏରିଆ ମ୍ୟାନେଜର ରବି ସିଂ ଟିଆର୍‌ଏସ୍ ଇଞ୍ଜିନିୟରଙ୍କର ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ରାୟ ଉପସ୍ଥିତ ଥିଲେ । ଟିଆର୍‌ଏସ୍ ଇଞ୍ଜିନିୟରଙ୍କ ମାର୍କେଟିଙ୍ଗ ଏଜିଏମ୍ ବିଶ୍ୱଜିତ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଗ୍ରାହକ ନୂତନ ଜ୍ଞାନ କୌଶଳରେ ନିର୍ଗତ ଜେନେରେଟରର ବ୍ୟବସାୟିକ ସଫଳତା କାମନା କରିଥିଲେ । ଟିଆର୍‌ଏସ୍ ଇଞ୍ଜିନିୟରଙ୍କର ମାର୍କେଟିଙ୍ଗ ଓ ଆଡମିନିଷ୍ଟ୍ରେସନ ଜିିଏମ୍ ବିଷ୍ଣୁପ୍ରସାଦ ନନ୍ଦ ଓ ସର୍ଭିସ ଜିଏମ୍ ସୁଶାନ୍ତ ଶତପଥି ଉକ୍ତ ସଭାରେ ଉପସ୍ଥିତ ରହି ଜେନେରେଟରର ଜ୍ଞାନକୌଶଳ ବିଷୟରେ ଗ୍ରାହକମାନଙ୍କ ସହ ଆଲୋଚନା କରି ସଫଳତା କାମନା କରିଥିଲେ ।