ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ



ପଟ୍ଟାମୁଣ୍ଡାଇ ୨୭/୯-ଓଡିଶାର ବିଶିଷ୍ଟ କଥାକାର ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ଶ୍ରୀକ୍ଷେତ୍ର ମହିମା ଉପରେ ୨୫ତମ ପୁସ୍ତକ ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସାବିତ୍ରୀ ଭବନ ଠାରେ ଲେଖିକା ମିନା କୁମାରୀ ସିଂହଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସଂଗୀତ ନିର୍ଦେଶକ ରବୀନ୍ଦ୍ର ନାଥ ମିଶ୍ର ମୁଖ୍ୟଅତିଥି,କବି ଡା ମନୋରଞ୍ଜନ ଦାଶ ମୁଖ୍ୟବକ୍ତା ଓ କବୟିତ୍ରୀ ଚାରୁଲତା ଭୂୟାଁ ଓ ସୁଶ୍ରୀ ଶୁଭ୍ରସୀମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ପ୍ରାଣକେନ୍ଦ୍ର ଓ ଜଗନ୍ନାଥ ସଂସ୍କୃତି ଓ ଚେତନା ଉପରେ ଆଧାରିତ ପୁସ୍ତକ ସ୍ୱର୍ଗ ଆଉ କେତେ ଦୂର ନିଶ୍ଚୟ ପାଠକ ମହଲରେ ଆଦୃତ ଲାଭ କରିବ ବୋଲି ପୁସ୍ତକ ଉନ୍ମୋଚନ କରି ପ୍ରକାଶ କରିଛନ୍ତି ।ଅଧ୍ୟାପିକା ଡ॰ ଚିତ୍ରାକାନ୍ତି ସେଠୀ ପୁସ୍ତକର ସମୀକ୍ଷା କରିଥିଲେ । ଏହି ଉତ୍ସବ ବହୁ କବୟିତ୍ରୀ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଇ ପ୍ରଭୁପାଦ, ସାଇ ଜନ୍ମେଜୟ ଓ ସାନସା ଲେଙ୍କା ପରିଚାଳନା କରିଥିଲେ ।