
କେନ୍ଦ୍ରାପଡ଼ା,୨୩ା୨: ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡା ଷ୍ଟେସନ୍ରୁ କଟକରୁ ଭୁବନେଶ୍ୱର ଡେଲି ପାସେଞ୍ଜର ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ସମାଜସେବୀ ସମୀର ଚାନ୍ଦ କେନ୍ଦ୍ରାପଡା ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ, କେନ୍ଦ୍ରାପଡା ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରତ୍ୟେକ ଦିନ କଟକ, ଭୁବନେଶ୍ୱରକୁ ରେଳ ଚାଲିଲେ । ସାଧାରଣ ଲୋକେ ଅନେକ ଉପକୃତ ହେବେ । କଟକ, ଭୁବନେଶ୍ୱରରେ ପହଞ୍ôଚଲେ ଦୂରଦୂରାନ୍ତ ଯିବା ପାଇଁ ଅନେକ ସୁବିଧା ଉପଲବ୍ଧ ପାଇବେ । ଟିକେଟ୍ର ମୂଲ୍ୟ କମ୍ ହୋଇଥିବାରୁ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ରାପଡା ଲୋକମାନେ ସହାୟତା ପାଇବେ । ଏହି ରେଳ ଚଳାଚଳ ହେଲେ ଚାଷୀ ଓ ବ୍ୟବସାୟୀ ସଂଘ ଉଭୟ ଲାଭକୃତ ହେବେ । ଚାଷ ଉପଯୋଗୀ ଉପକରଣ ଓ ଅନ୍ୟାନ୍ୟ ପ୍ରତ୍ୟେକ ଦ୍ରବ୍ୟ ଯାତାୟତରେ ସୁବିଧା ପାଇପାରିବା ଭିନ୍ନକ୍ଷମ ଲୋକମାନଙ୍କୁ ବସ୍ ଯାତାୟତରେ ବହୁତ ବାଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ରେଳ ଚଳାଚଳ ଦ୍ୱାରା ଭିନ୍ନକ୍ଷମ ଲୋକମାନଙ୍କୁ ଅନେକ ସେବା ମିଳିପାରିବ । ଦୂର ଦୂରରୁ ଆସୁଥିବା ବ୍ୟବସାୟୀ ଲୋକେ ବସ୍ରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରେଳର ଯାତାୟତ ହେଲେ ସେମାନେ ସୁବିଧାରେ ଯାତାୟତ କରିପାରିବେ । ଏଥିସହିତ କେନ୍ଦ୍ରାପଡା ଆର୍ଥିକ ସ୍ତରରେ ଉନ୍ନତି କରିପାରିବ ।
Leave a Reply