
କେନ୍ଦ୍ରାପଡା ୨୭/୨ – କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ ଚଳନଶକ୍ତି ବାଧିତ ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ପାରାକ୍ରୀଡାବିତ୍ ବଲରାମ ସ୍ୱାଇଁଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ଉଦ୍ଭାଭିତ ଆତ୍ୟାଧୁନିକ ନିଓମୋସନ ବ୍ୟାଟେରୀ ସ୍କୁଟି ପ୍ରଦାନ କରାଯାଇଛି। ପୁନର୍ବାସ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହାକୁ ପ୍ରଦାନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ପୌର ସଭ୍ୟା ରଶ୍ମିତା ସିଂ ପ୍ରମୁଖ ଯୋଗ ଦେଇ କେବଳ ସରକାରୀ ସ୍ତରରେ ଭିନ୍ନକ୍ଷମମାନଙ୍କୁ ସହାୟତାକୁ ସୀମିତ ନ ରଖି ସମାଜର ସବୁ ବର୍ଗ ଏ ଦିଗରେ ପ୍ରୟାସ କଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇ ପାରିବେ ବୋଲି ମତପ୍ରକାଶ କରିଥିଲେ। ଏହି ବ୍ୟାଟେରୀ ଗାଡି ନିଃସନ୍ଦେହରେ ପାରାକ୍ରୀଡ଼ାବିତ୍ ବଳରାମଙ୍କୁ ଅଧିକ ଗତିଶୀଳ ଜୀବନ ନିର୍ବାହ କରିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନରେ ସାହାଯ୍ୟ କରିବ ବୋଲି ଶ୍ରୀ ରାଉତରାୟ ଆଶା ପୋଷଣ କରି କହିଥିଲେ। ଅଧିକନ୍ତୁ, ଏହାଦ୍ୱାରା ଜଣେ ନିଜର ଲୁକାୟିତ ପ୍ରତିଭାର ପରିପ୍ରକାଶ ସହିତ ନିଜର ଆର୍ôଥକ କ୍ଷମତା ବୃଦ୍ଧି କରି ସ୍ୱାବଲମ୍ବୀ ହୋଇପାରିବ । ଏହି ଅବସରରେ ସଭ୍ୟ ସ୍ୱପ୍ନାସୁ ଦାସ ପୁନର୍ବାସ ତରଫରୁ ନିଆ ଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ପାରାକ୍ରୀଡ଼ାବିତ୍ ଇଂଜିନିୟର ବଳରାମ ସ୍ୱାଇଁ କିପରି ଦୁର୍ଘଟଣାର ସମ୍ମୁଖୀନ ହୋଇ ଭିନ୍ନକ୍ଷମ ହେବା ପରେ ଅନବରତ ସଂଘର୍ଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି, ସେ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଅଧୀନରେ ନୂତନ ଭାବେ ସରକାରୀ ବିଦ୍ୟାଳୟରେ ଯୋଗ ଦେଇଥିବା ଦୃଷ୍ଟିବାଧିତ ଶିକ୍ଷକ ଉତ୍ତମ ସେଠୀଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁନର୍ବାସର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ମଲିକ, ନୃସିଂହ ଚରଣ ତ୍ରିପାଠୀ, ପ୍ରମୋଦ ସେଠୀ, କ୍ଷୀରୋଦ କର, ସୟଦ ସାଉଦ ଅଲ୍ଲୀ, ସରୋଜକାନ୍ତ ସାହୁ,ଦୀପକ ସାହୁ, ଶିବଚରଣ ସାମଲ, କମଳାକାନ୍ତ ବେହେରା, ଭରତ କୁମାର ସାହୁ, ରଞ୍ଜନ କୁମାର ସ୍ୱାଇଁ, ଗାୟତ୍ରୀ ପ୍ରିୟଦର୍ଶିନୀ ପୃଷ୍ଟି, ମନୋଜ କୁମାର ମହାନ୍ତି, ସଞ୍ଜୀବ ଜେନା,ମନୋଜ ବିଶ୍ୱାଳ, ମିହିର ରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।
Leave a Reply