
କେନ୍ଦ୍ରାପଡ଼ା,୧ା୩: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ରାମଚନ୍ଦ୍ର ନୋଡାଲ ଉଚ୍ଚବିଦ୍ୟାଳୟ କ୍ଲଷ୍ଟରର ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଉଦ୍ଘାଟନ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ଡେରାବିଶ ଶିକ୍ଷା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡେରାବିଶ ଶିକ୍ଷା ମଣ୍ଡଳର ମଣ୍ଡଳ ଶିକ୍ଷା ସାଧନ ସଂଯୋଜକ ଦେବଦତ୍ତ ଶତପଥୀ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିକାନ୍ତ ମିଶ୍ର, ଖଗେଶ୍ୱର ଦାସ ଯୋଗ ଦେଇଥିଲେ । ଉକ୍ତ କ୍ଲଷ୍ଟରର ସିଆର୍ସିସି ରମେଶ ଚନ୍ଦ୍ର ପତି ସଭାରେ ଉପସ୍ଥିତ ରହି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କ କାର୍ଯ୍ୟକୁ କ୍ଲଷ୍ଟର ଅନ୍ୟ ବିଦ୍ୟାଳୟ ତୁଳନାରେ ଏଠାରେ ଶ୍ରେଣୀଗୃହ, ଖେଳ ପଡିଆ, ରୋଷେଇ ଗୃହର ଅଭାବ ସତ୍ତ୍ୱେ ସବୁକ୍ଷେତ୍ରରେ ଆଗୁଆ ଥିବା କଥା କହିଥିଲେ । ମଣିଷ ଯାହା କର୍ମ କରେ ତାହାର ଫଳ ସେହି ଅନୁସାରେ ଏହି ସଂସାରରେ ପାଇଥାଏ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଂଯୋଜକ ଭକ୍ତରଞ୍ଜନ ସ୍ୱାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକ ସେକ୍ ବରକାତୁଲ୍ଲା ଓ ଶିକ୍ଷୟତ୍ରୀ ରଶ୍ମିତା ଶେଣ୍ଢଙ୍କ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ପ୍ରତି ସମର୍ପିତ କାର୍ଯ୍ୟର ଭୂୟଂସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସେକ୍ ଅଲିମୁଦ୍ଦିନ୍ ଧନ୍ୟବାଦ ଅର୍ପଣ କରିଥିଲେ ।
Leave a Reply