ବୃତ୍ତି ପରୀକ୍ଷାରେ ତୁଳସୀ ବିଦ୍ୟା ମନ୍ଦିରର ସଫଳତା

ବୃତ୍ତି ପରୀକ୍ଷାରେ ତୁଳସୀ ବିଦ୍ୟା ମନ୍ଦିରର ସଫଳତା


କେନ୍ଦ୍ରାପଡା,୬ା୩: କେନ୍ଦ୍ରାପଡା ସହରସ୍ଥ ଇଚ୍ଛାପୁରସ୍ଥିତ ତୁଳସୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷାରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଜ୍ୟୋତିପ୍ରିୟା ସାମଲ ଓ ପ୍ରସନ୍ନଜିତ ବାରିକ ସଫଳ ହୋଇଥିବା ବେଳେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସାଇ ରିତେଶ ସାହୁ ଓ ରାଜେଶ୍ୱରୀ ସାହୁ କୃତିତ୍ୱ ଅର୍ଜନ କରିଛନ୍ତି । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ରବିନ୍ଦ୍ର କୁମାର ଦାଶ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।