କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତତ୍ସହିତ ତାଲୁକ୍ ସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲରେ ୧୮୧ଟି ଏନ୍.ଆର୍. ମାମଲା୍ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩୪ଟି ମାମଲା ସମାଧାନ ହୋଇ ୧,୭୯,୧୯୫ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଟଙ୍କା ନେଣଦେଣ କେସ୍ ବାବଦରେ ୧୧୬ଟି ମାମଲା ପଞ୍ଜିକୃତ ହୋଇ ୩୮ଟି ମାମଲାର ଫଇସଲା ହୋଇ ୩୯,୬୭,୫୨୯.୨୪ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ମଟରଯାନ ଦୁର୍ଘଟଣା ଜନିତ ମାମଲା ବାବଦରେ ୫୫ଟି ମାମଲା ପଞ୍ଜିକୃତ ହୋଇ ୧୪ଟିର ସମାଧାନ କରାଯାଇ ୩୬,୬୦,୦୦୦ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ରାଜସ୍ୱ ମାମଲା ବାବଦରେ ୨୬୪୪ ଟି ପଞ୍ଜିକୃତ କରାଯାଇ ୨୩୧୫ ଟି ମାମଲା ଫଇସଲା ସହିତ ୩,୭୧,୦୫୪ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ତତ୍ସହିତ ବ୍ୟାଙ୍କ ଋଣ ବାବଦରେ ୫୨୭୩ଟି ମାମଲା ପଞ୍ଜିକୃତ ହୋଇ ୭୨୪ଟି ମାମଲା ଫଇସଲା କରାଯାଇ ୨,୭୬,୫୩୯ ଟଙ୍କା ଜୋରିମାନା ଆଦାୟ କରା୍ାଇଥିଲା । ସମୁଦାୟ ୪୨୨୪ଟି ମାମଲା ପଞ୍ଜିକୃତ ହୋଇ ୨୭୨୬ଟି ମାମଲାର ସମାଧାନ କରାଯାଇଥିଲା ଓ ୮୧,୭୭,୭୭୮.୨୪ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିଷ୍ଣୁଦେବ ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତକୁ ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ପରିଚାଳନା କରିଥିଲେ । ଅନ୍ୟ ବିଚାରପତିଙ୍କ ମଧ୍ୟରୁ ଦେବାଶିଷ ପଣ୍ଡା, ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ସରିତା ମହାନ୍ତି, ସିଭିଲ ଜଜ (ବରିଷ୍ଠ) ଅନ୍ନପୂର୍ଣ୍ଣା ନାୟକ, ରେଜିସ୍ଟ୍ରାର ରମାଦେବୀ ସୋରେନ, ଅତିରିକ୍ତ ବରିଷ୍ଠ ସିଭିଲ ଜଜ ସ୍ନିଗ୍ଧା ପଣ୍ଡା ଏବଂ ପଟ୍ଟାମୁଣ୍ଡାଇ ଓ ଆଳିର ବିଚାରପତି ପ୍ରମୁଖ ଯୋଗଦେଇ କେସ ଫଇସଲା କରିବାରେ ସହାୟତା କରିଥିଲେ ।
Posted inଆସନ୍ତୁ ଭାବିବା କେନ୍ଦ୍ରାପଡ଼ା ରାଜ୍ୟ
ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
