ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର ଉଦ୍‌ଘାଟିତ



କେନ୍ଦ୍ରାପଡ଼ା,୨୫ା୪: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ଆନୁକୂଲ୍ୟରେ ଇଚ୍ଛାପୁରସ୍ଥିତ ଶ୍ୟାମଗୁଡିଆ ଏବଂ ପଟ୍ଟାମୁଣ୍ଡାଇର ପୋଖରୀଆପଡାଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିର ଚଳିତ ମାସ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୧ ତାରିଖରେ ଶେଷ ହେବ । ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ବାଳକ ବାଳିକା ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ସରୋଜ କାନ୍ତ ଦାସ ଓ ଅରସଦ ଅଲ୍ଲୀ ବ୍ୟାଡମିଣ୍ଟନ ଶିକ୍ଷା ପ୍ରଦାନ କରିବେ । ଏହି ଶିବିରକୁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପରିଚାଳନା କରିଥିଲେ ।


Be the first to comment

Leave a Reply

Your email address will not be published.