
ପଟ୍ଟାମୁଣ୍ଡାଇ,୨୩/୮ ବିଜ୍ଞାନ ଆଧୁନିକ ମଣିଷର ଦୈନଦିନ ଜୀବନରେ ବ୍ୟାପକ ପରିବର୍ତନ ଆଣିଛି । କ୍ରମ୍ୱର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ଚନ୍ଦ୍ର ପୃଷ୍ଠରେ ଜଳ ଓ ଆବଶ୍ୟକୀୟ ଭିତିଭୂମି ସନ୍ଧାନରେ ଲାଗିପଡିଛି। ଭାରତକୁ ଏ କ୍ଷେତ୍ରରେ ମିଳିଥିବା ସଫଳତାର ନମୂନା ହେଉଛି ଚନ୍ଦ୍ରଯାନ-୩ ର ସଫଳତା ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ମହାକାଶ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଅତିଥିମାନେ ପ୍ରକାଶ କରିଛନ୍ତି।
ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଥାକାର ପ୍ରଦୀପ ନାୟକ ମୁଖ୍ୟଅତିଥି, ପରିବେଶବିତ୍ ବିଜୟ କୁମାର କବି ମୁଖ୍ୟବକ୍ତା, ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ ଓ ପରିଚାଳନା କମିଟିର ସଭାପତି ବାସୁଦେବ ସେଠୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ପୂଜା ଉପାଧ୍ୟାୟ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷୟତ୍ରୀ ମମତା ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହକାରୀ ଶିକ୍ଷୟତ୍ରୀ ଶୁଶ୍ରୀ ପ୍ରଜ୍ଞା ମହାଳି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଜୟ କୁମାର ସାହୁ, ଜନ୍ମେଞୟ ସ୍ୱାଇଁ, ହରିଶଙ୍କର ନାଥ, ଶିକ୍ଷୟତ୍ରୀ ମିନତୀ ଜେନା, ଗୀତାଞଳୀ ମିଶ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ନିବେଦିତା ଦାସ, ହରପ୍ରିୟା ସାହୁ, ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସ୍ମାରକୀ ପ୍ରିୟଦର୍ଶନୀ, ସରସ୍ୱତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଗଗନ ବିହାରୀ ଭୂୟାଁ, ବିଷୁ ଚରଣ ଧଳ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।