ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ଭାଇରାଲ୍ ଭିଡିଓ ,ତଦନ୍ତ ଜାରି


ପଟ୍ଟାମୁଣ୍ଡାଇ ୧୨ା୮-କଳିଯୁଗିଆ ବୋହୂ । ଭୁଲିଗଲା ହିତାହିତ ଜ୍ଞାନ । ଆଉ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ନିର୍ଧୁମ ପିଟିଲା । ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ବିଧା ଚାପୁଡ଼ା ମାରିବା ସହିତ ପିଙ୍କୁ ଦୌଡିଆ ବୋଲି ଡାକ ମାରୁଥିଲେ । ଏପରି ଏକ ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଚି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଂଚାୟତରେ । ଏଭଳି ଖବର ଏବେ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରଥମେ ବୋହୂଜଣକ ତା ଶାଶୁ ନାକ ପାଖରେ ଅଙ୍ଗୁଳି ଦେଖାଇ କଥା ହେଉ ହେଉ ବୃଦ୍ଧଶାଶୁକୁ ଠେଲି ଦେଇଥିଲା ଏହାପରେ ତାକୁ ଚାପୁଡ଼ା ପରେ ଚାପୁଡ଼ା ବିଧା ମାରିଚାଲୁଥିଲେ । କିଛି ଲୋକ ଏହି ଘଟଣାକୁ ଦେଖୁଥିଲେ ମଧ୍ୟ କେହି ବି ବୋହୁକୁ ରୋକିବାକୁ ସାହାସ କରୁନଥିବା ବେଳେ ଜଣେ ବ୍ୟକ୍ତି ଆସି ବୁଢୀକୁ ବଂଚାଇ ଥିଲେ । ମାତ୍ର ସେଠାରେ ଉପସ୍ଥିତ ଥିବା ଜଣେକିଏ ଏସବୁ ଦୃଶ୍ୟ ରେକର୍ଡ କରି ସାମିଜିକ ଗଣମାଧ୍ୟମରେ ଛାଡିବାରୁ ଘଟଣା ଲୋକଲୋଚନକୁ ଆସିଛି ।

ଅଳପୁଆ ପଂଚାୟତ ଏକ ଗ୍ରାମର ବୃଦ୍ଧା ଉର୍ମିଳା ଦାସ ବୟସ ପାଖାପାଖି ୭୦ ଟପିଲାଣି । ସ୍ୱାମୀ ରାମ ଦାସ ପ୍ରାୟ ୪ ବର୍ଷ ହେବ ଦେହ ତ୍ୟାଗ କରିଛନ୍ତି । ଉର୍ମିଳଙ୍କ ଆଉ ଦୁଇ ପୁଅ ଅଛନ୍ତି । ଜଣେ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଆଉ ଜଣେ ଗ୍ରାମରେ ରୁହନ୍ତି । ବଡ ବିଦେଶରେ ଚାକିରୀ କରୁଛନ୍ତି । ମାତ୍ର ମା ଠାରୁ ଅଲଗା ହୋଇ ରହୁଛନ୍ତି । ଏହି ପରିଣତ ବୟସରେ ବୋହୂର ଅତ୍ୟାଚାର ଅସହ୍ୟ ହେଉଥିବା ବୃଦ୍ଧା ଅଭିଯୋଗ କରିଛନ୍ତି । ଆଉ ଏଭଳି ଘଟଣା ଥରେ ନୁହେଁ, ବୃଦ୍ଧାଙ୍କୁ ଏଭଳି ଅନେକ ଥର ନିର୍ଯାତନା ଦେଇଛନ୍ତି ବୋହୂ । ଏନେଇ ବୃଦ୍ଧା ଜଣଙ୍କ ସରପଂଚଙ୍କ ନିକଟରେ ଗୁହାରି ମଧ୍ୟ କରିଥିଲେ । ମାତ୍ର ବୋହୂର ନିର୍ଯାତନା ସୀମା ଟପିବା ପରେ ବୃଦ୍ଧା ଉର୍ମିଳା ନ୍ୟାୟ ପାଇଁ ପଟ୍ଟାମୁଣ୍ଡାଇ ଆର୍ଦଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପରିଣତ ବୟସରେ ଅସହାୟ ଶାଶୁଙ୍କ ଉପରେ ନିର୍ଯାତନା ଚରମ ସ୍ଥିତିରେ ପହଁଚିଛି ବୋଲି ସରପଂଚ ପଦ୍ମୀନି ବେହେରା କହିଛନ୍ତି । ପଟ୍ଟାମୁଣ୍ଡାଇ ଆର୍ଦଶ ଥାନା ଆଇଆଇସି ରାଞିତ ମହାନ୍ତି ଘଟଣା ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚଉଦକୁଲାଟ ଫାଣ୍ଡି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।