ନିଆରା ପରମ୍ପରା ରେ ବନ୍ଧୁ ମିଳନ .

ନିଆରା ପରମ୍ପରା ରେ ବନ୍ଧୁ ମିଳନ .

କେନ୍ଦ୍ରାପଡା -ତା ୭.୩.୨୦୨୫. କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରାତନ ଶିକ୍ଷାନୁଷ୍ଠାନ ମହାଵୀର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ନିକିରାଇ ୧୯୭୭ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ର ଏକ ନିଆରା ପରମ୍ପରା ରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନିକିରାଇ କଲେଜ ଛକ ସେଡୁଆ ମହାପୁରୁଷ ପୀଠରେ ଏକ ବନ୍ଧୁ ମିଳନ ଆନୁଷ୍ଠିତ ହୋଇଯାଇଅଛ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଉକ୍ତ ବ୍ୟାଚର ପୁରାତନ ଛାତ୍ର ଉପେନ୍ଦ୍ର କୁମାର ନାଥ ଶର୍ମା ସଭାପତିତ୍ବ କରିଥିଲେ । ଦୀର୍ଘ ୪୮ବର୍ଷର ବ୍ୟବଧାନରେ ବନ୍ଧୁମାନଙ୍କର ମିଳନ ତାଙ୍କ ମନରେ ଉସ୍ସାହ ଓ ଉଦ୍ଦୀପନା ସୃଷ୍ଟିକରିଥିଲା ।ପୁରାତନ ଛାତ୍ର ତଥା ସମାଜସେବୀ ବେଣୁଧର ନାୟକ ନିଜ ବକ୍ତବ୍ୟରେ ସମାଜରେରେ ଅବହେଳିତ ଭାବରେ ଥିବା ଲୋକମାନଙ୍କୁ କିପରିଭାବରେ ସହାୟତା ପ୍ରଦାନ କରାଯାଇପାରିବ ସେ ଵିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବନ୍ଧୁମାନଙ୍କ ମଧ୍ୟରେ ଯୋଗାଯୋଗ ରଖିବାକୁ ଆସନ୍ତା ବର୍ଷ ପାଇଁ ସ°ଯୋଜକ ଭାବେ ବନବିହାରୀ ମାଟିଆ ମିଶ୍ର ଓ କୁମାର ଚନ୍ଦ୍ର ବରାଳ ଙ୍କୁ ମନୋନୀତ କରାଗଲା । ଇତି ମଧ୍ୟରେ ଦିବଗଂତ ହୋଇଥିବା ଛାତ୍ର ସ୍ବର୍ଗତ ଦୁର୍ଗା ଚରଣ ରାଉତ ଓ ସ୍ବର୍ଗତା ବଜୟାଲକ୍ଷ୍ମୀ ପଣ୍ଡି ଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଚଳିତବର୍ଷ ର ସ°ଯୋଜକ ସମାଜସେବୀ ରବିନ୍ଦ୍ର କୁମାର ରାଉତ ,ବେଣୁଧର ନାୟକ,
କୁମାର ବରାଳ,ରମେଶ ଚନ୍ଦ୍ର ବାରିକ, ସୀତାରାମ ମିଶ୍ର, ନକୁଳ ଚରଣ ,ପ୍ରଶାନ୍ତ କୁମାର ସାହୁ, ସ୍ଵର୍ଣ ଲତା ପାଣି,ବିଜୟ ଲକ୍ଷ୍ମୀ ଜେନା,ବିଚିତ୍ରା ରାଉତ ଓ ସ୍ନେହ ଲତା ଜେନା ପ୍ରମୁଖ ଛାତ୍ର ଛାତ୍ରୀ ମାନେ ନିଜର ଛାତ୍ର ଜୀବନର ଅନୁଭୂତି ପ୍ରକାଶ କରିଥିଲେ।