ସମାଜସେବୀଙ୍କ ଅକାଳ ବିୟୋଗ

ସମାଜସେବୀଙ୍କ ଅକାଳ ବିୟୋଗ


କେନ୍ଦ୍ରାପଡା,୧୪ା୫: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୧୧ୱାର୍ଡ ନିବାସୀ ଉମାକାନ୍ତ ଗୁରୁଙ୍କ ଗତ ୧୪ ତାରିଖ ସକାଳେ ତାଙ୍କ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଛି । ଏହି ଖବର ପାଇ ସ୍ଥାନୀୟ ଜୟୀପୁରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉମାକାନ୍ତ ଗୁରୁ ଜଣେ ମିଷ୍ଠଭାଷି ଏବଂ ପରଉପକାରୀ ଦରଦୀ ମଣିଷଟିଏ ଥିଲେ । ଜିଲ୍ଲାର ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ବାଲିଯାତ୍ରା କମିଟିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ । ହଠାତ ତାଙ୍କର ଏହିଭଳି ହୃଦଘାତରେ ଅକାଳ ବିୟୋଗ ତାଙ୍କର ଆତ୍ମୀୟ ପ୍ରିୟଜନଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ଶେଷ ଦର୍ଶନ ପାଇଁ ସାଙ୍ଗ ସାଥି, ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ଗହଳି ଦେଖିବାକୁ ମିଳିଥିଲା ।