ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଶିବାଜୀ ଟାଇକୋଣ୍ଡୋ ଏକାଡେମୀର ସଫଳତା

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଶିବାଜୀ ଟାଇକୋଣ୍ଡୋ ଏକାଡେମୀର ସଫଳତା


କେନ୍ଦ୍ରାପଡା ୪/୬- କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର ପ୍ରତିଯୋଗୀମାନେ କଟକସ୍ଥିତ ଜବାହରଲାଲ ନେହୁରଇନଡୋର ଷ୍ଟାଡିୟମରେ ନବମ ଜାତୀୟ ଓପେନଟାଇକୋଣ୍ଡୋ ଚମ୍ପିୟାନସିପ ପ୍ରତିଯୋଗୀତାରେ ଭାଗ ନେଇ ୪ଟି ପଦକ ହାସଲ କରିଛନ୍ତି । ଏହା ଗତ ମେ ମାସ ୩୦ତାରିଖରୁ ଆରମ୍ଭ ହୋଇ ଜୁନ ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରସଶିତ ଅଞ୍ଚଳରୁ ୧୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ବିଭିନ୍ନ ବର୍ଗ ଯଥା ଟାଇକୋଣ୍ଡୋ କ୍ୟୋରୋଗୀ, ଇଣ୍ଡିଭିଜୁଆଲପୁମସୀ, ଗ୍ରୁପ ପୁମସୀ ଓ ଅନାନ୍ୟ ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ଶିବାଜୀ ଟାଇକୋଣ୍ଡୋଆକାଡ଼େମୀର୧୦ ଜଣ ଛାତ୍ରଛାତ୍ରୀ ଜାତୀୟସ୍ତର ପାଇଁ ଚୟନୀତ ହୋଇଥିଲେ। ସେଥିମଧ୍ୟରୁ ଶ୍ରୀନିବାସ ସାହୁ –ସ୍ୱର୍ଣ, ଗଙ୍ଗୋତ୍ରୀ ରାଉତ ଓ ଶୁଭଶ୍ରୀ ଦାସ – ରୌପ୍ୟ ଓ ପ୍ରତ୍ୟୁଷା ମଲ୍ଲିକ –କଂସ୍ୟ ପଦକ ହାସଲ କରି କେନ୍ଦ୍ରାପଡା ତଥା ଓଡିଶା ପାଇଁ ସୁନାମ ଆଣିଛନ୍ତି। ଏହି ଅବସରରେ ଶିବାଜୀ ଟାଇକୋଣ୍ଡୋର ସଭାପତି ନାରାୟଣ ସାହୁ ଓ କୋଷାଦକ୍ଷ ସୁନାକର ବେହେରାଙ୍କ ତତ୍ୱାବଧାନରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଜଝାଙ୍ଗସ୍ଥିତ ଶିବାଜୀ ଟାଇକୋଣ୍ଡୋ କାର୍ଯ୍ୟ।ଳୟରେ ଆୟୋଜିତ କରାଯାଇ କୃତି ପ୍ରତିଯୋଗୀ ଓ ମୁଖ୍ୟ କୋଚ ଖଗେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତୀ ଆହୁରି ଭଲ ଖେଳି ଦେଶବିଦେଶରେ କିପରି ଯଶ ଆଣିବେ ଓ କେନ୍ଦ୍ରାପଡାରେ କିପରି ଟାଇକୋଣ୍ଡୋ ପ୍ରତି ପିଲାମାନଙ୍କର ଆଗ୍ରହ ବଢିବ ସେଥିପ୍ରତି ଆଲୋଚନା କରାଯାଇଥିଲା। ଶେଷରେ ସମ୍ପାଦକ ଦିବାଜ୍ୟୋତି ଦାସ ଧନ୍ୟବାଦ ଦେଇ ସଭା ସାଙ୍ଗ କଲେ।