
ପଟ୍ଟାମୁଣ୍ଡାଇ ୨୭ା୬- କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ପ୍ରକାର ଅଜଣା ପୋକ ଆତଙ୍କ ସୃଷ୍ଟି କରିଛି । ଏପରି ପ୍ରଜାତିର ପୋକ ଚାରି ଆଡେ ବ୍ୟାପି ଯାଇଥିବା ବେଳେ, କାମୁଡି ଦେଲେ କୁଣ୍ଡେଇ ହେବା ସହିତ ଫଳି ଯାଉଥିବାର ଦେଖିବାକୁ ମିଳିଛି । ଲୋକମାନେ ଶାନ୍ତିରେ ଚଲାବୁଲା କରି ପାରୁ ନଥିବାବେଳେ, ପୋଷାକ ଭିତରେ ପୋକ ପସି ଜୀବନ ଯାତ୍ରା ପ୍ରଭାବିତ କରୁଛନ୍ତି । ପ୍ରଥମେ ଅଳ୍ପ କିଛି ପୋକ ଉଡ଼ି ଆସି ଥିବାବେଳେ ଧିରେ ଧିରେ ଏହି ପୋକ ଭର୍ତି ହୋଇଗଲେଣି । କିଏ କିଏ କୁହନ୍ତି ଏହି ପୋକ ଗୁଡିକ ପୋତକ ଜାତିର , ଆଉ କିଏ କିଏ କୁହନ୍ତି ଏଗୁଡିକ ଅଜଣା ପୋକ । ଏମାନେ ଅଦୃଶ୍ୟ ହୋଇ ମଧ୍ୟ ସାଟ୍ ଗଞି ଭିତରକୁ ପସି କାମୁଡୁଛନ୍ତି । ପୋତକ ଉଡିବା ସହିତ ଆଖିକୁ ଦେଖାଯାଏ । ମାତ୍ର ଏ ଅଜଣା ପୋକ ଦୃଶ୍ୟପଟ ହେଉନଥିବା ଲୋକେ କୁହନ୍ତି । ତେବେ ଶୀଘ୍ର ଏହାର ପ୍ରତିକାର କରା ନଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରୁଛନ୍ତି ସ୍ଥାନୀୟବାସୀ ।