
କେନ୍ଦ୍ରାପଡା,୨୯ା୬ – ବିଭିନ୍ନ ଶୋଭାଯାତ୍ରାରେ ୬୫ଡିସେମେଲ ମଧ୍ୟରେ ବାଜା ବଜାଇବା ପାଇଁ ଅନୁମତି ଥିବା ବେଳେ ଅନେକ ସ୍ଥାନରେ ଏହାକୁ ମାନୁନାହାନ୍ତି । ଏପରି ଏକ ଘଟଣାରେ କେନ୍ଦ୍ରାପଡା ସଦରଥାନା ପୋଲିସ ଏକ ଡିଜେ ବାଜାକୁ ଜବତ କରି ଥାନାରେ ରଖିଛି । ବୁଧବାର ରାତିରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗରାପୁର ଜିଲ୍ଲାପାଳଙ୍କ ସରକାରୀ ବାସଗୃହ ନିକଟରେ ଯାଉଥିବା ଏକ ବିବାହ ଶୋଭାଯାତ୍ରାରେ ମାତ୍ରାଧିକ ଶଦ୍ଦରେ ଡିଜେ ବାଜୁଥିଲା । ପୋଲିସ ଏହାକୁ ବାରଣ କରୁଥିଲେ । ପୋଲିସ କଥାକୁ ବେ ଖାତିରି କରି ଶୋଭାଯାତ୍ରାକାରୀ ଡିଜେ ବଜାଇବା ଅବ୍ୟାହତ ରଖିଥିଲେ । ଏହାକୁ ନେଇ ପୋଲିସ ସହିତ ବରଯାତ୍ରୀଙ୍କ ଠେଲାପେଲା ହୋଇଥିଲା । ପରେପରେ ସଦରଥାନା ଆଇଆସି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ଡିଜେକୁ ଜବତ କରି ଥାନାକୁ ନେଇଯାଇଥିଲେ । ପୋଲିସ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣା ପରେ ଡିଜେ ମାଲିକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି ।