
ଭୁବନେଶ୍ବର ୧ା୭- ଆଉ ପୁଜାପାଠ କରିବାକୁ ମିଳିବେ ନାହିଁ ବ୍ରାହ୍ନଣ । ବ୍ରାହ୍ମଣ ପୁଅ ଏବେ ଜଜମାନ କର୍ମ ଛାଡି ବିଦେଶ ଚାକିରି କରିବାକୁ ବାହାରିଲେଣି । କାରଣ ପୁଜା ପାଠ କରୁଥିବା ବ୍ରାହ୍ମଣ ବରକୁ ମିଳୁନି କନିଆ । ବ୍ରାହ୍ମଣ ଜାତିର ଝିଅ ମିଳୁ ନଥିବାରୁ ଏବେ ସେମାନେ ଚିନ୍ତାରେ । ତେଣୁ ବ୍ରାହ୍ମଣ ପୁଅ ଜଜ୍ମାନ କର୍ମ ଛାଡି ଦିଲ୍ଲି ବମ୍ବେ ଯିବାକୁ ଅଭିଜାନ ଆରମ୍ଭ କରିଛନ୍ତି । ଯଦି ଜଜମାନ କର୍ମ ପାଇଁ ବ୍ରାହ୍ମଣ ନ ମିଳନ୍ତି ତାହା ହେଲେ ସଭ୍ୟତା ଧିରେଧିରେ ଲୋପ ପାଇଯିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ବୁଦ୍ଧିଜିବୀ ତଥା ଶିକ୍ଷାବିତ ପ୍ରଫୁଲ୍ଲ ଦାଶ କୁହନ୍ତି ବ୍ରାହ୍ମଣ ଜାତିର ଉତ୍ପତି ବୈଦିକ ଯୁଗରୁ ହୋଇଅଛି । ବେଦରୁ ପ୍ରାମାଣ ମିଳେ ଯେ ସେ ଯୁଗରେ ଗୁଣ କର୍ମ ବିଭାଗ ଅନୁସାରେ ବ୍ରାହ୍ମଣାଦି ଜାତିର ଉତ୍ପାଦି ହୋଇଥିଲା । କାଳକ୍ରମେ ସେହି ଜାତି ବିଭାଗ ବଂଶାନୁକ୍ରମରେ ଚଳିଲା । ଅର୍ଥାତ୍ ବ୍ରାହ୍ମଣର ପୁତ୍ର, ବ୍ରହ୍ମଜ୍ଞ ନ ହେଲେ ହିଁ ବ୍ରାହ୍ମଣ ବୋଲି ପରିଚିତ ହୁଏ । ପ୍ରତ୍ୟେକ ବ୍ରାହ୍ମଣ ପରିବାର କୌଣସି ଗୋଟିଏ ବୈଦିକଶାଖାର କଳ୍ପସୂତ୍ରକୁ ଅବଲମ୍ବନ କରି ନିଜର ଷୋଢଷ ସଂସ୍କାର, ପୂଜାପର୍ବ, ଗାୟତ୍ରୀ ଉପାସନା, ପଇତା, ଶ୍ରାଦ୍ଧ ଆଦି କରିଥାନ୍ତି । ଯଦି ଜଜମାନି କରିବାକୁ ବ୍ରାହ୍ମଣ ନ ମିଳନ୍ତି ତାହାହେଲେ ଆମ ସଂସ୍କୃତି, ସଭ୍ୟତା ଲୋପ ପାଇଯିବା ସଙ୍ଗେ ସଙ୍ଗେ ହୁନ୍ଦୁ ଧର୍ମ ପ୍ରତି ମଧ୍ୟ ବିପଦ ସୃଷ୍ଠି କରିବ ବୋଲି ସେ କହିଥିଲେ ।
ସେହିପରି ପ୍ରଶାନ୍ତ ପଣ୍ଡା କୁହନ୍ତି , ଗ୍ରାମିୟ ସ୍ଥଳରେ ଥିବା ମନ୍ଦିର ମାନଙ୍କୁ କେନ୍ଦ୍ର କରାଯାଇ ପାଶ୍ୱବର୍ତୀ ବ୍ରାହ୍ମଣ ଯୁବକ ମାନଙ୍କୁ ଅଭିଜ୍ଞ ବ୍ରହ୍ମଣ ମାନଙ୍କ ଦ୍ୱାର ବେଦ ଗୀତା ଓ ଜଜମାନ କର୍ମ ଇତ୍ୟାଦି ଶିକ୍ଷା ଦିଆଯିବା ସହ ପ୍ରଶିକ୍ଷିତ କରିବା ପାଇଁ ଅବଲୁପ୍ତ ମୁଖି ସଂସ୍କୁତ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ । ତତ୍ସହିତ ସରକାର ବ୍ରାହ୍ମଣ ଯୁବକ ମାନକୁ ଏକ ନିଦ୍ଧିଷ୍ଟ ଭତା ଯୋଜନାରେ ସାମିଲ କରିବା ଯୋଜନା ପ୍ରସ୍ତୁତ କରନ୍ତୁ । ତେବେ ବ୍ରାହ୍ମଣ ଯୁବକ ମାନେ ନିଜର କୈଳିକ ବୃର୍ତିରେ ଲିପ୍ତ ରହିବା ସହିତ ରୋଜଗାର କ୍ଷମ ହୋଇପରିବେ ।
ପ୍ରେମାନନ୍ଦ ଦାଶ କହିଛନ୍ତି ସମାଜରେ ସମସ୍ତ ପିତା ମାତା ଚହାଁନ୍ତି ନିଜର ସନ୍ତାନସନ୍ତତିଙ୍କୁ ଭଲରେ ରଖିବାକୁ । ସେଥିପ୍ରତି ବ୍ୟୟବହୁଳ ଦୁନିଆରେ ନିଜର ଆର୍ଥିକ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥାନ୍ତି । ଏହାକୁ ନେଇ କନ୍ୟାର ପିତା ଆର୍ଥିକ ସ୍ଥଳରେ ସ୍ୱାବଲମ୍ବୀ ଥିବା ଚାକିରି କରିଥିବା ଜ୍ୱାଇଁ ଖୋଜି ଝିଅ ବିଭାକରିବାକୁ ନିଷ୍ପତି ନେଉଛନ୍ତି । ମାତ୍ର କୈଳିକ ବୃତି କରୁଥିବା ବ୍ରାହ୍ମଣ ପୁଅ ପ୍ରତି ଅମୋଙ୍ଗ ନିତି ଆପାଣାଉଛନ୍ତି । ଏହାକୁ ନଜରକୁ ରଖି ବ୍ରାହ୍ମଣ ଯୁବକ ମାନେ ନିଜର କୈଳିକ ବୃତି ଛାଡି ବିଦେଶ ଗମନପାଇଁ ଅଂଟାଭିଡିଛନ୍ତିା ଯଦି ସରକାର ବ୍ରହ୍ମଣ ବୃତି କରୁଥିବା ଯୁବକ ମାନଙ୍କୁ ଭତା ଯୋଜନା କରି ସେମାନଙ୍କୁ ସାମିଲକରି ଅର୍ଥିକ ସ୍ୱାବଲମ୍ବି କରନ୍ତି , ତେବେ ଆମ ସଂସ୍କୃତି, ସଭ୍ୟତା ପ୍ରତି ଆସୁଥିବା ବିପଦକୁ ଏଡାଇ ଦିଆଯାଇପାରାନ୍ତା ବୋଲି ମତାପ୍ରକାଶ ପାଇଛି । ଅନ୍ୟପକ୍ଷରେ ବ୍ରାହ୍ମଣ କନ୍ୟାପିତାମାନେ ସେମାନଙ୍କ କନ୍ୟାକୁ ସ୍ୱାବଲମ୍ବୀ ବର ସହ ବିବାହ ଦେବାରେ କୁଣ୍ଠାବୋଧ କରିବେ ନାହିଁ ବୋଲି ସେ କହିଛନ୍ତି ।